ସମ୍ବଲପୁରରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ

0

ସମ୍ବଲପୁର : ସମ୍ବଲପୁରରେ ମଙ୍ଗଳବାର ସକାଳୁ ଏକ ଏନକାଉଣ୍ଟର ଘଟିଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଗ୍ ଆହତ ହୋଇଛି । ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି । ତାକୁ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।

ଧନୁପାଲି ପୁଲିସ ଏବଂ ସ୍ବତନ୍ତ୍ର ସ୍କ୍ବାର୍ଡର ମିଳିତ ଅଭିଯାନରେ କୁଲୁଥକାନି-ଧନକଉଡା ରାସ୍ତାରେ ଏହି ଏନକାଉଣ୍ଟର ଘଟିଛି । ଏଥିରେ ଜଣେ ପୁଲିସ କନେଷ୍ଟବଳ ମଧ୍ୟ ଆହତ ହୋଇଛନ୍ତି । ତ୍ରିଦେବ ନିକଟରୁ ଗୋଟିଏ ପିସ୍ତଲ,୨ ରାଉଣ୍ଡ ଗୁଳି, ଟଙ୍କା ଓ ସୁନା ଚେନ୍ ଜବତ ହୋଇଛି । ସୂଚନାଯୋଗ୍ୟ, ତ୍ରିଦେବ ନାମରେ ବିଭିନ୍ନ ଥାନାରେ ୮ରୁ ଅଧିକ ମାମଲା ରହିଛି। ତେବେ ତ୍ରିଦେବର ସହଯୋଗୀ ଦୀପକ ମଣ୍ଠଳ ଏବଂ ଜଣେ ନାବାଳକୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି।

Leave A Reply