ବ୍ରହ୍ମପୁର ପୁଣି ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମାଙ୍ଗା ଆହତ

0

ବ୍ରହ୍ମପୁର:  ବ୍ରହ୍ମପୁର ସହରରେ ପୁଣି ଏନକାଉଣ୍ଟର । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ପଣ୍ଡା ଓରଫ୍ ମାଙ୍ଗା ଆହତ ହୋଇଛି । ମାଙ୍ଗାର ବାମ ଗୋଡ଼ରେ ଗୁଳି ବାଜିଥିବା ବେଳେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି । ମାଙ୍ଗା ନକଟରୁ ଦୁଇ ରାଉଣ୍ଡ ଗୁଳି ଓ ପିସ୍ତଲ ପୁଲିସ ଜବତ କରିଛି ।
ସୂଚନାଯୋଗ୍ୟ, ବ୍ରହ୍ମପୁରର ଗୋସାଇଁ ନୂଆଗାଁ ଥାନା ପୁଲିସ ରାଜପଥରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସକୁ ଦେଖି ମାଙ୍ଗା ଖସି ପଳାଇବାକୁ ଉଦ୍ୟମ କରିଥିଲା । ପୁଲିସ ମାଙ୍ଗାକୁ କାବୁ କରିବାକୁ ଚେଷ୍ଟ କରିଥିବା ବେଳେ ମାଙ୍ଗା ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ପରେ ପୁଲିସର ପାଲଟା ଆକ୍ରମଣରେ ମାଙ୍ଗା ଆହତ ହୋଇଥିଲା ।

Leave A Reply