ନୟାଗଡ଼ରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

0

ନୟାଗଡ଼: ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ଗୁରୁତର ହୋଇଛି । ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି କରାଯାଇଥିଲା ଓ ପରେ ତାକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିନ୍ତ କରାଯାଇଛି । କାବୁଲି ଖାଁ ନାମରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଥିବା ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ସୋଲପଟା ଅଞ୍ଚଳରେ ବୁଲୁଥିବା ଖବର ପାଇ ଗତରାତି ପ୍ରାୟ ୧ଟା ବେଳେ ନୟାଗଡ଼ ଟାଉନ୍‌ ଥାନା ପୁଲିସ ଓ ଗଣିଆ ପୁଲିସ ମିଳିତ ଭାବେ ଏନକାଉଣ୍ଟର କରିଥିଲେ। ଏନକାଉଣ୍ଟର ବେଳେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲି ଖାଁ ପୁଲିସ ଉପରକୁ ଗୁଳି ଚଳାଇଥିଲେ । ପୁଲସରେ ପାଲଟା ଗୁଳି କାବୁଲି ଖାଁ ଗୋଡରେ ବାଜିଥିଲା।

Leave A Reply