ବଲାଙ୍ଗୀରରେ ଏନକାଉଣ୍ଟର

0

ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁଷୁରା ଛକ ନିକଟରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ କ୍ରିଷ୍ଣା ଆହତ ହୋଇଛି। ତା’ର ବାମ ଗୋଡ଼ରେ ଗୁଳି ବାଜିଛି। ଆହତ କ୍ରିଷ୍ଣାକୁ ସଇଁନ୍ତଲା ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାକୁ ବଲାଙ୍ଗୀର ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ରବିବାର କ୍ରିଷ୍ଣାକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ କରିବା ବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପୁଲିସର ପାଲଟା ଗୁଳିମାଡ଼ରେ ତା’ ଗୋଡ଼ରେ ଆଘାତ ଲାଗିଥିଲା। କ୍ରିଷ୍ଣାର ନାଁରେ ବିଭିନ୍ନ ସ୍ଥାନରେ ଡ଼କାୟତି ମାମଲା ରହିଛି।

Leave A Reply