ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ଆହତ

0

ରାଜନଗର : ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବିଶ୍ବାଳ ଆହତ ହୋଇଛି। କେନ୍ଦ୍ରାପଡା ଜିଲା ରାଜନଗର କୁରୁଣ୍ଟି ଛକ ନିକଟରେ ଏନକାଉଣ୍ଟର କରାଯାଇଥିଲା। ସଞ୍ଜୟର ବାମ ଗୋଡରେ ଗୁଳି ବାଜିଥିବା ଜଣାପଡିଛି। ତାକୁ ଉଦ୍ଧାର କରାଯାଇ ରାଜନଗର ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୋମବାର ଦିନ କଣ୍ଡିରା ଗ୍ରାମ‌ରେ ହୋଇଥିବା ଗୁଳିକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ଥିଲା। ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲା।
ସୋମବାର ରାତିରେ ଖସି ପଳାଉଥିବା ବେଳେ ରାଜନଗର ଏସଡିପିଓଙ୍କ ନେତୃତ୍ବରେ ଗଠିତ ସ୍ବତନ୍ତ୍ର ଟିମ ତାକୁ ଏନକାଉଣ୍ଟର କରିଥିଲା। ସଞ୍ଜୟ ନାମରେ ବିଭିନ୍ନ ଥାନାରେ ୧୦ରୁ ଅଧିକ ହତ୍ୟା ଓ ଅନ୍ୟାନ୍ୟ ମାମଲା ରହିଥିବାର ଜଣାପଡିଛି।

Leave A Reply