ଏନକାଉଣ୍ଟରରେ ୨ ଅପରାଧୀ ଆହତ

0

ଗଞ୍ଜାମ : ଗଞ୍ଜାମର ଆସ୍କା ଥାନା ପଲ୍ଲୀମାଳ ରାସ୍ତାରେ ଆସିକା ପୁଲିସ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ୨ ଜଣ ଅପରାଧୀ ହେଲେ ସୁନୀଲ ଜେନା ଓ କୃଷ୍ଣ ଜେନା । ଏନକାଉଣ୍ଟରରେ ଆହତ ପରେ ସେମାନଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରୁ ୨ଟି ପିସ୍ତଲ, ୫ଟି ଜୀବନ୍ତ ଗୁଳି ଓ ୨ଟି ବାଇକ ଜବତ ହୋଇଛି। ସୂଚନା ଅନୁଯାୟୀ, ଖାରିଆ ସରପଞ୍ଚ ଭାଇଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥାଇ ଫେରାର ଥିଲେ ବୋଲି ଜଣାପଡ଼ିଛି।

Leave A Reply