ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ଆହତ

0

ଗଞ୍ଜାମ : ଗଞ୍ଜାମରେ ପୁଣି ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଆହତ ହୋଇଛି। ତାର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ ଉଦ୍ଧାର କରାଯାଇ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଅନନ୍ତର ଘର ନୟାଗଡ଼ ଜିଲ୍ଲା ରଣପୁରରେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଗୁଡିଢିପା ନିକଟରେ ପୁଲିସ ଓ ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଅନନ୍ତ ଖଲ୍ଲିକୋଟ ବଡଘାଟିରେ ହୋଇଥିବା ଡକାୟତିରେ ସଂପୃକ୍ତ ଥିଲା। ତା ନାମରେ ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲାରେ ୧୦ରୁ ଅଧିକ ଅପରାଧିକ ମାମଲା ରହିଥିବାର ଜଣାପଡିଛି। ପୁଲିସ ତା ନିକଟରୁ ଗୋଟିଏ ପିସ୍ତଲ, ୩ଟି ଗୁଳି, ଗୋଟିଏ ମୋବାଇଲ ଫୋନ ଓ ନଗଦ ୧୫୦୦ଟଙ୍କା ଜବତ କରିଛି।

Leave A Reply