ଜରୁରୀ ପରିସ୍ଥିତି ଗଣତନ୍ତ୍ର ପାଇଁ ଥିଲା କାଳ ରାତି : ମୋଦୀ

0

ନୂଆଦିଲ୍ଲୀ : ୧୯୭୫ ମସିହାରେ ଭାରତରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତି ଗଣତନ୍ତ୍ର ପାଇଁ କାଳ ରାତ୍ରି ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ସେ କହିଛନ୍ତି ଯେ, ଦୀର୍ଘ ୪୩ବର୍ଷ ତଳେ ଜୁନ ମାସ ୨୫ ତାରିଖ ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଭାରତରେ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ।
ଜୁରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ଜୁନ ୨୫ ଓ ୨୬ ତାରିଖ ବିଜେପି କଳା ଦିବସ ରୂପେ ପାଳନ କରିବାକୁ ଯାଉଛି। ଏହାକୁ ସଫଳ କରିବାପାଇଁ କେନ୍ଦ୍ର ମନ୍ତ୍ରୀମଣ୍ଡଳର ୧୬ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି।

Leave A Reply