ଧାନ ଫସଲ ନଷ୍ଟ କଲେ ହାତୀପଲ

0

ଅନୁଗୁଳ : ହାତୀଙ୍କ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଏପରି ଘଟଣା ଅନୁଗୁଳ ଜିଲା ବନ୍ତଳା ରେଞ୍ଜରେ ଘଟିଛି। ଖାଲଗାଁ, ବାରବଣିଆ, କଲେଇପଦା ଗ୍ରାମରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରି ଦେଇଛନ୍ତି। ସୋମବାର ରାତିରେ ୧୨ରୁ ୧୪ଟି ହାତୀପଲ ଗ୍ରାମ ଭିତରକୁ ପଶି ଆସିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୪ରୁ ୫ଟି ହାତୀ ଗ୍ରାମ ପାଖରେ ଥିବାର ସୂଚନା ମିଳିଛି।

Leave A Reply