ବିଜୁ ଏକ୍ସପ୍ରେସୱେରେ ହାତୀପଲ, ଘଉଡ଼ାଇବା ପରେ ଯାତାୟତ ସ୍ୱାଭାବିକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା ଗୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଳ ଦେଇ ଯାଇଥିବା ବିଜୁ ଏକ୍ସପ୍ରେସୱେ ନିକଟରେ ରବିବାର ହାତୀପଲଙ୍କୁ ଦେଖିବାକୁ ମିଳିଛି। ଏହି ପଲରେ ପ୍ରାୟ ୧୦ ରୁ ୧୫ଟି ହାତୀ ଥିବା ଜଣାପଡ଼ିଛି। ହାତୀପଲଙ୍କ ଯୋଗୁଁ ସମ୍ବଲପୁର-ରାଉରକେଲା ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା। ରାସ୍ତାର ଉଭୟ ପଟରେ ଶହ ଶହ ଯାନ ଅଟକି ରହିଥିଲା। ଖବର ପାଇ ବନ ବିଭାଗ କର୍ମଚାରୀ ହାତୀପଲକୁ ଘଉଡ଼ାଇ ଥିଲେ। ହାତୀପଲ ଯିବା ପରେ ବର୍ତ୍ତମାନ ଯାତାୟାତ ସ୍ୱାଭାବିକ ହୋଇଥିବା ସୂଚନା ମିଳିଛି। ଏତଦ୍‍ ବ୍ୟତୀତ ଏହି ଅଞ୍ଚଳରେ ହାତୀମାନେ ଅଧିକାଂଶ ସମୟରେ ଯାତାୟତ କରୁଥିବାର ଦେଖିବାକୁ ମିଳିଥାଏ। ମାତ୍ର ଶନିବାର ବିଳମ୍ବିତ ରାତିରେ ଏହି ଝାଡ଼ଖଣ୍ଡୀ ହାତୀପଲ ପଞ୍ଚରାରୁ ଆସି କୁତ୍ରା ବ୍ଲକର ବହୁ ଧାନ କ୍ଷେତରେ ପଶି ଧାନ ନଷ୍ଟ କରିଥିବା ସୂଚନା ମିଳିଛି।

Comments are closed.