ଗର୍ତ୍ତରେ ପଡି ହାତୀ ଛୁଆର ମୃତ୍ୟୁ

0

ରାଉରକେଲା : ମହିପାଣି ଲେବଲ କ୍ରସିଂ ଠାରୁ ୨୦୦ମିଟର ଦୂରରେ ଲାଇନ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ପଡି ହାତୀ ଛୁଆର ମୃତ୍ୟୁ ଘଟିଛି। ହାତୀ ଛୁଆଟି ପ୍ରାୟ ତିନି ମାସର ହେବ ବୋଲି ଜଣାପଡିଛି। ହାତୀ ଛୁଆଟି ବିଶ୍ରା ରେଞ୍ଜ ଅନ୍ତର୍ଗତ ମହିପାଣି ଜଙ୍ଗଲର ହାତୀପଲରେ ଥିଲା।  ବୁଧବାର ବିଳମ୍ବିତ ରାତିରେ ହାତୀପଲ ସେହି ପଟେ ଯିବା ସମୟରେ ହାତୀ ଛୁଆଟି ଗର୍ତ୍ତ ମଧ୍ୟକୁ ଖସି ପଡିଥିଲା। ଅନ୍ୟ ହାତୀମାନେ ତାକୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ରାଉରକେଲା ବନଖଣ୍ଡ ଅଧିକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଦଳ ସେଠାରେ ପହଞ୍ଚି ଥିଲେ। ବାଣ ଫୁଟାଇ ହାତୀପଲକୁ ସେଠାରୁ ଘଉଡାଇ ଦେବା ପ​‌ରେ ସେମାନେ ଛୁଆ ହାତୀଟିକୁ ବାହାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ରାତି ପ୍ରାୟ ୩ଟା ସମୟରେ ହାତୀ ଛୁଆଟିର ମୃତଦେହ ଗର୍ତ୍ତ ଭିତରୁ ବାହାରିଥିଲା। ହାତୀ ଛୁଆଟିର ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି। ଖବର ପାଇ ରେଳବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

Leave A Reply