ହାତୀ ଛୁଆର ମୃତଦେହ ଉଦ୍ଧାର

କଟକ : କଟକ ବନଖଣ୍ଡ ଅନ୍ତର୍ଗତ ଡାଲିଯୋଡା ରେଞ୍ଜର ଏକ ଗ୍ରାମ ନିକଟରୁ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ହାତୀ ଛୁଆଟିର ବୟସ ପ୍ରାୟ ୧ମାସ ହେବ ବୋଲି ବନ ବିଭାଗ କର୍ତ୍ତୃପକ୍ଷ କହିଛନ୍ତି। ତେବେ ଗତ କିଛି ଦିନ ପୂର୍ବେ ୧୭ଟି ହାତୀ ଚନ୍ଦକାରୁ ଡାଲିଯୋଡା ରେଞ୍ଜକୁ ପଶି ଆସିଥିଲେ। ତେବେ ମଙ୍ଗଳବାର ହାତୀପଲରେ ଥିବା ଛୁଆଟିର ଦଳାଚକଟାର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆଟିର ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଆରମ୍ଭ କରିଛନ୍ତି।

 

Comments are closed.