ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦନ୍ତାହାତୀ ମୃତ

0

ଅନୁଗୁଳ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ହୋଇଯାଇଛି। ମଙ୍ଗଳବାର ରାତିରେ ଆଠମଲ୍ଲିକ ସବ-ଡିଭିଜନର ହଣ୍ଡପା ରେଞ୍ଜ ଅନ୍ତର୍ଗତ ସାପଘରା ଗ୍ରାମପଞ୍ଚାୟତର ହେମାମିରା ଗ୍ରାମ ପାଖ ଜଙ୍ଗଲରେ ଦନ୍ତା ହାତୀଟିର ମୃତ୍ୟୁ ହୋଇଯାଇଛି। ମୃତ ଦନ୍ତାହାତୀଟିର ବୟସ ୧୦ରୁ ୧୧ ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ବନ୍ୟଜନ୍ତୁ ଦାଉରୁ ଫସଲ ରକ୍ଷା କରିବା ପାଇଁ ସେହି ବିଦ୍ୟୁତ ତାର ଘେରା ଯାଇଥିଲା। ହାତୀଟି ଧାନ ଫସଲ ଖାଇବାକୁ ବଣରୁ ବିଲ ଆଡକୁ ଆସିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ରେଞ୍ଜର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ ଦନ୍ତାହାତୀଟିର ଶବ ଆଜି ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

Leave A Reply