ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଛୁଆ ହାତୀ

0

ଢେଙ୍କାନାଳ: ପରିତ୍ୟକ୍ତ କୂଅ ମଧ୍ୟରୂ ଉଦ୍ଧାର ହେଲା ହାତୀ ଛୁଆ। ଦୀର୍ଘ ୪ଘଣ୍ଟାର ଚେଷ୍ଟା ପରେ ହାତୀ ଛୁଆଟି ଉଦ୍ଧାର ହୋଇଛି। ଉଦ୍ଧାର ପରେ ବନ ବିଭାଗ କର୍ମଚାରୀମାନେ ହାତୀଟିର ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

ଢେଙ୍କାନାଳ ସଦର ରେଞ୍ଜ ଝୁମ୍ପୁଡ଼ିଆ ଗ୍ରାମରେ ଏକ ପରିତ୍ୟକ୍ତ କୂଅ ମଧ୍ୟରେ ଛୁଆ ହାତୀଟି ଖସି ପଡିଥିଲା। ଛୁଆ ହାତୀଟିର ବୟସ ୬ରୁ ୭ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ସୋମବାର ରାତିରେ ଜଙ୍ଗଲ ମଧ୍ୟ ଦେଇ ହାତୀପଲ ଯାଉଥିବା ବେଳେ ଛୁଆ ହାତୀଟି କୂଅ ମଧ୍ୟକୁ ଖସି ପଡିଥିବାର ସନ୍ଦେହ କରାଯାଇଥିଲା। ବନ ବିଭାଗ କର୍ମଚାରୀ ପହଞ୍ଚି ଜେସିବି ସାହାଯ୍ୟରେ ହାତୀ ଛୁଆଟିର ଉଦ୍ଧାର କରିଥିଲେ।

Leave A Reply