ହାତୀ ଆକ୍ରମଣରେ ଜଣେ ମୃତ,ଜଣେ ଗୁରୁତର

0

ଢେଙ୍କାନାଳ: ହିନ୍ଦୋଳ ଠାରେ ଆଜି ଭୋର୍‍ରୁ ହାତୀ ଆତଙ୍କ ଦେଖିବାକୁ ମିଳିଛି। ପୃଥକ ପୃଥକ ଭାବରେ ତିନୋଟି ଗ୍ରାମରେ ତାଣ୍ଡବ ରଚିଛି ହାତୀ। ହାତୀ ଆକ୍ରମଣରେ ତେନ୍ତୁଳି ସିଂହାଗ୍ରାମର ପ୍ରଶ୍ନ ବେହରାଙ୍କ ମୃତ୍ୟୁ ଘଟିଥିବା ବେଳେ କଳିଙ୍ଗାପାଳ ଗ୍ରାମର ସୁରେନ୍ଦ୍ର ଚନ୍ଦ ପାଳ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଛି। ଗ୍ରାମ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବନ ବିଭାଗ ହାତୀ ଘଉଡେଇବାକୁ ଉଦ୍ୟମ ଜାରି ରଖିଛି।

Leave A Reply