ହାତୀ ଆକ୍ରମଣରେ ବୃଦ୍ଧ ମୃତ, ଦମ୍ପତି ଗୁରୁତର

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲା କଟିଙ୍ଗିଡ଼ହି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳ ହମରିପୁର ଗ୍ରାମର ଏକ ଦମ୍ପତି ଗୁରୁତର ହୋଇଛନ୍ତି । ବୃଦ୍ଧ ଜଣଙ୍କ ଘର ବାହାରକୁ ଯାଇଥିବାବେଳେ ଦନ୍ତାହାତୀଟି ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହେଇଥିଲା । ସେହିପରି ହମରିପୁର ଗ୍ରାମର ଦମ୍ପତି କୁମାରବର ସାହୁ ଏବଂ ତାଙ୍କ ପତ୍ନୀ ପଦ୍ମିନୀ ସାହୁ ହାତୀ ଆକ୍ରମଣରେ ଗୁରୁତର  ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି  । ସେହିପରି ଦନ୍ତାହାତୀଟି ହୁଟୁପାନି ଗ୍ରାମର ଏକାଧିକ ଘର ଭାଙ୍ଗିଦେଇଛି  । ବନବିଭାଗ କର୍ମମଚାରୀ ହାତୀଟିକୁ ଘଉଡ଼ାଇବାକୁ ଉଦ୍ୟମ ଆରମ୍ଭ କରିଛି । ଦନ୍ତାହାତୀଟି ଝାଡ଼ଖଣ୍ଡରୁ ପଶି ଆସିଥିବା ବନବିଭାଗ ସୂଚନା ଦେଇଛି।

Comments are closed.