ହାତୀ ଆକ୍ରମଣରେ ଦୁଇ ମୃତ

ଆନନ୍ଦପୁର : ଆନନ୍ଦପୁରରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଉଭୟ ମୃତକ ହଦଗଡ ହସ୍ତି ଅଭୟାରଣ୍ୟ ପାଖ ଗ୍ରାମର ବୋଲି ଜଣାପଡିଛି। ସୋସ ଥାନା କାନପୁର ଗ୍ରାମରେ ଜଣେ ମହିଳାଙ୍କୁ ହାତୀ ଦଳି ମାରି ଦେଇଛି। ଏହାସହ ନୂଆରୁଗୁଡି ନିକଟରେ ଜଣେ ବାଇକ ଆରୋହୀଙ୍କୁ ମଧ୍ୟ ହାତୀ ମାରି ଦେଇଛି। ଉଭୟଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ବଉଳା ଛକ ଠାରେ ରାସ୍ତାରୋକ କରିଛନ୍ତି।

Comments are closed.