ହାତୀ ଆକ୍ରମଣରେ ଚାଷୀ ମୃତ

0

ଢେଙ୍କାନାଳ : ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏପରି ଘଟଣା ଢେଙ୍କାନା ଜିଲା ପରଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ମୃତ ଚାଷୀଙ୍କ ନାମ ବାଉରୀ ସାହୁ। ସେ ବାଇଗଣ ଚାଷ ଦେଖିବାକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡିଯାଇଥିଲେ। ହାତୀଟି ତାଙ୍କୁ ତଳେ କଚାଡି ମାରି ଦେଇଥିଲା। ଘଟଣାସ୍ଥଳରେ ହିଁ ଚାଷୀଙ୍କର ମୃତ୍ୟୁ ହୋଇଯାଇଥିଲା। ହାତୀଟି ନିକଟ​‌ରେ ଥିବା ଦୁଇଟି ବାଇକକୁ ମଧ୍ୟ ଭାଙ୍ଗି ଦେଇଥିବା ଜଣାପଡିଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Leave A Reply