ହାତୀ ଆକ୍ରମଣରେ ଛାତ୍ରୀ ଗୁରୁତର

0

କାମାକ୍ଷାନଗର: ହାତୀ ଆକ୍ରମଣରେ ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି। ଏପରି ଘଟଣା କାମାକ୍ଷାନଗର ବ୍ଲକ ତଥା ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ କନ୍ତିଓପୁଟସାହି ପଞ୍ଚାୟତର ପୁଟସାହି ଗ୍ରାମରେ ଘଟିଛି। ଗୁରୁତର ହୋଇଥିବା ଛାତ୍ରୀଙ୍କ ନାମ ସ୍ବର୍ଣ୍ଣଲକ୍ଷ୍ମୀ (୧୭)। ସେ ସୋମବାର ସକାଳ ୭ଟା ସମୟରେ କୋଚିଂ କ୍ଲାସକୁ ଆସୁଥିଲେ। ଏହି ସମୟରେ ମାଣ୍ଡୁଖୁରା ନିକଟରେ ଏକ ଦନ୍ତା ହାତୀ ଆକ୍ରମଣ କରିଥିଲା। ତାଙ୍କୁ ଆହତ ଅବସ୍ଥାରେ ପ୍ରଥମେ ଅଳାବେରେଣୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଢେଙ୍କାନାଳ ଜିଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply