ଚମ୍ପୁଆରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଫିଟୁନି ତାଟି-କବାଟ

0

ବଡ଼ବିଲ : ଯୋଡ଼ା ବ୍ଲକ୍‍ ଅଧୀନ ଚମ୍ପୁଆ ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଛନ୍ତି। ଫଳରେ ସନ୍ଧ୍ୟା ହେଲେ ତାଟି, କବାଟ ପଡ଼ିଯାଉଛି ଓ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି। ହାତୀମାନେ ଦଳବଦ୍ଦ ହୋଇ ସ୍ଥାନୀୟ ଅଞ୍ଚଳରେ ଘୁରି ବୁଲୁଥିବାରୁ ଏଠାରେ ଭୟର ବାତାବରଣ ଖେଳିଯାଇଛି। ପ୍ରାୟ ୨୩ ହାତୀ ସ୍ଥାନୀୟ ଅଞ୍ଚଳରେ ଉପଦ୍ରବ ମଚାଇଥିବା କୁହାଯାଉଛି। ସୋମବାର ଏହି ହାଦୀ ଦଳକୁ ବାସୁଦେବପୁରସ୍ଥିତ ଜଙ୍ଗଲରେ ଦେଖିବାକୁ ମଳିଥିଲା।
ପ୍ରାପ୍ତ ସୂଚନା ଅନୁଯାୟୀ ହାତୀଙ୍କ ଏହି ଦଳ ରାତିରେ ଜଙ୍ଗଲରୁ ବାହାରି ନିକଟବର୍ତ୍ତୀ ଗ୍ରାମକୁ ପ୍ରବେଶ କରୁଛନ୍ତି ଓ ସେଠାରେ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଯାଉଛନ୍ତି। ହାତୀ ବିଭିନ୍ନ ଜମିରେ ପଶି ଫସଲ ଦଳି ନଷ୍ଟ କରି ଦେଉଛନ୍ତି। ଫଳରେ ଲୋକେ ଉଜାଗର ରହି ଫସଲ ଜଗି ରହୁଛନ୍ତି। ସ୍ଥାନୀୟ ଲୋକେ ହାତୀଙ୍କୁ ଘଉଡ଼ାଇବା ସହ ଘନ ଜଙ୍ଗଲକୁ ଫେରାଇ ନେବା ପାଇଁ ବନବିଭାଗ ଅଧିକାରୀ ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଛନ୍ତି।

Leave A Reply