ହାତୀ ଆକ୍ରମଣରେ ଜଣେ ମୃତ

ବାରିପଦା : ମୟୂରଭଞ୍ଜ ଜିଲାସ୍ଥିତ ବାରିପଦାର ହଳଦୀପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡ଼ାଙ୍ଗରବିଲା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଡ଼ାଙ୍ଗରବିଲା ଅଞ୍ଚଳର ଅଞ୍ଚଳର ଜଣେ ବ୍ୟକ୍ତି ସୋମବାର ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ସୂଚନାଯୋଗ୍ୟ, ସକାଳ ସମୟରେ ବ୍ୟକ୍ତି ଜଣକ ଶୌଚ ହେବା ନିମନ୍ତେ ଯାଇଥିଲେ। ସେହି ସମୟରେ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Comments are closed.