ହାତୀ ଆକ୍ରମଣରେ ଯୁବକ ମୃତ

0

ଢ଼େଙ୍କାନାଳ: ହାତୀ ଆକ୍ରମଣରେ ଢ଼େଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ଗେଙ୍ଗୁଟିଆ ଗ୍ରାମର ସୁଶାନ୍ତ ବେହେରା(୩୫)ଙ୍କ ମୃତ୍ୟୁ ଘଟିଛି । ଆଜି ଭୋର ୫ଟା ବେଳେ ସୁଶାନ୍ତ ନିଜ ଗ୍ରାମରୁ ସାଇକେଲରେ କାମାକ୍ଷା ଛକ ଅଭିମୁଖେ ଯାଉଥିଲେ । ଲେବଲ କ୍ରସିଙ୍ଗ ନିକଟରେ ହାତୀ ଦେଖି ସେ ସାଇକେଲ ଛାଡ଼ି ଦୌଡ଼ି ପଳାଇବାକୁ ଉଦ୍ୟମ କଲା ବେଳେ ହାତୀଟି ତାଙ୍କୁ ଶୁଣ୍ଡରେ ଟେକି କଚାଡ଼ି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ସକାଳ ୬ଟା ପରେ ସ୍ଥାନୀୟ ଲୋକେ ଲେବର କ୍ରସିଙ୍ଗ ନିକଟରେ ସୁଶାନ୍ତଙ୍କ ଶବ ପଡ଼ିଥିବାର ଦେଖି ପୁଲିସ ଓ ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ଓ ପୁଲିସ୍‌ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

Leave A Reply