ନୀଳଗିରି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ

ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ବୁଧବାର ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ ଦେଖାଦେଇଛି। ଏକ ଝାଡ଼ଖଣ୍ଡି ହାତୀପଲରେ ପ୍ରାୟ ୪୦ଟି ହାତୀ ସକାଳ ସମୟରେ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ବୁଲୁଥିବାର ଜଣାପଡ଼ିଛି। ହାତୀପଲଙ୍କ ମଧ୍ୟରେ ୫ଟି ଛୁଆ ହାତୀ ରହିଛନ୍ତି। ଚଳିତ ବର୍ଷ ପ୍ରାୟ ୫ଥର ବାଲେଶ୍ୱର ଝାଡ଼ଖଣ୍ଡି ହାତୀ ପ୍ରବେଶ କରିଛନ୍ତି। ହାତୀପଲଙ୍କୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହେବା ସହ ଫସଲ ନଷ୍ଟ କରିବା ନେଇ ଲୋକେ ଆଶଙ୍କା କରିଛନ୍ତି। ବନବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି।

Comments are closed.