ଓଡିଶା ମୁହାଁ ହାତୀପଲ

ଗଜପତି : ଦୀର୍ଘ ଦିନ ଧରି ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଆନ୍ଧ୍ରପ୍ରଦେଶରେ ଉତ୍ପାତ୍ତ କରୁଥିବା ହାତୀପଲ ମଙ୍ଗଳବାର ଓଡିଶାରେ ପ୍ରବେଶ କରିଛନ୍ତି। ହାତୀପଲ ବର୍ତ୍ତମାନ ଚାପାରା ଓ ସ୍ରଧାପୁରର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଜଣାପଡିଛି। ହାତୀପଲରେ ଦୁଇଟି ଛୁଆ ହାତୀ ରହିଛନ୍ତି। ହାତୀ ଗୁଡିକ ଅଧିକ ହିଂସ୍ର ହେଉଥିବା ବନ ବିଭାଗ ଅଧିକାରୀମାନେ ସୂଚନା ଦେଇଛନ୍ତି। ତେବେ ରେଞ୍ଜର୍କ କହିବା ଅନୁଯାୟୀ, ସେମାନେ ହାତୀଙ୍କ ସୁରକ୍ଷା ସହ ଲୋକଙ୍କ ଧନ ଜୀବନ ପ୍ରତି ଯତ୍ନବାନ ଅଛନ୍ତି।

Comments are closed.