ହାତୀ ଉପଦ୍ରବ, କାନ୍ଥ ଭାଙ୍ଗି ଖାଇଲେ ଧାନ ଚାଉଳ

0

ନୀଳଗିରି : ନୀଳଗିରି ସ୍ଥିତ କୁଲଡ଼ିହା ଅଭୟାରଣ୍ୟରୁ ହାତୀ ମାନେ ଓହ୍ଲାଇ ଶନିବାର ବିଳମ୍ବିତ ରାତିରେ ଔପଦା ବ୍ଲକ ଢୋଲପୁର ଗ୍ରାମରେ ପଶି ଘର କାନ୍ଥ ଭାଙ୍ଗି ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଧାନ ଚାଉଳ ଖାଇବା ସହ କୁଣ୍ଡାବୁରା, ବାସନକୁସନ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଏହା ସହ ହାତୀକୁ ଦେଖି ବୃଦ୍ଧା ଦମ୍ପତି ଘରେ କବାଟ ଦେଇ ଗାଁ ଲୋକଙ୍କୁ ଡ଼ାକିବାରୁ ହାତୀ ଜଙ୍ଗଲକୁ ଫେରି ଯାଇଥିଲେ। ଯାହା ଫଳରେ ବୃଦ୍ଧା ଦମ୍ପତି ଅଳ୍ପକେ ବର୍ତ୍ତିଯାଇଛନ୍ତି। ସେମାନେ ହେଲେ ପ୍ରଭାକର ପାତ୍ର ଓ ଜେମାମଣି ପାତ୍ର।

Leave A Reply