ବିପଦରେ ପୁଣି ଗଜରାଜ; ଅସୁସ୍ଥ ଦନ୍ତା ହାତୀ ଉଦ୍ଧାର

0

ଢେଙ୍କାନାଳ: ପରଜଙ୍ଗ ବ୍ଳକ ଅନ୍ତର୍ଗତ ଜୁରୁଡାନାଳି ଝିଲି ନିକଟସ୍ଥ ଜଙ୍ଗଲରେ ଏକ କ୍ଷତାକ୍ତ ଦନ୍ତା ହାତୀ ଉଦ୍ଧାର କରାଯାଇଛି । ଗୋଡ଼ରେ କ୍ଷତ ସୃଷ୍ଟି ହୋଇ ରକ୍ତ ଝରୁଥିବା ହାତୀଟି ତଳେ ପଡି ଛଟପଟ ହେବା ସହିତ ଗର୍ଜନ କରୁଛି । ସୂଚନାନୁଯାୟୀ କିଛିଦିନ ତଳେ ମହାବୀର ରୋଡରେଞ୍ଜ ଗଡ଼ପଳାଶୁଣି ସଂକେଇତଇଲା ନିକଟରେ ସେହି ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଆଗ ଗୋଡ଼ରେ ହୋଇଥିବା କ୍ଷତକୁ ଚିକିତ୍ସା କରାଯାଇଥିଲା। ସ୍ୱତନ୍ତ୍ର ଟିମ ଚନ୍ଦକାରୁ ଆସି ଦନ୍ତା ହାତୀର ଚିକିତ୍ସା କରିଥିଲେ । ତେବେ ପୁଣି ଆଜି ଦନ୍ତା ହାତୀଟି ଅସୁସ୍ଥ ହୋଇ ପଡି ଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ହାତୀଟିର ଚିକିତ୍ସା ଆରମ୍ଭ କରିଛନ୍ତି ।

Leave A Reply