ସେବାଶ୍ରମରେ ହାତୀପଲ

0

ବାରିପଦା : କରଞ୍ଜିଆ ପୁରୁଲିଆରେ ଥିବା ବିଶ୍ୱବନ୍ଧୁ ସେବାଶ୍ରମରେ ହାତୀପଲ ପଶିଛନ୍ତି। ସୂଚନା ଅନୁଯାୟୀ, ହାତୀମାନେ ସେବାଶ୍ରମର ପାଚେରୀ ଭାଙ୍ଗିବା ସହ ୨ଟି ଘର ମଧ୍ୟ ଭାଙ୍ଗି ଦେଇଛନ୍ତି। ରୋଷେଇ ଘରର କାନ୍ଥ ଭାଙ୍ଗି ଚାଉଳ ଓ ଅନ୍ୟାନ୍ୟ ରୋଷେଇ ସାମଗ୍ରୀ ଖାଇଥିବା ଜଣାପଡ଼ିଛି। ବିଳମ୍ବିତ ରାତିରେ ପ୍ରାୟ ୨୨ଟି ହାତୀ ପଶିଥିବା ସୂଚନା ମିଳିଛି। ଅନ୍ତେବାସୀଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ, ବିଡ଼ିଓ ଓ ତହସିଲଦାର ଉପସ୍ଥିତ ରହିଛନ୍ତି।

Leave A Reply