ଜଙ୍ଗଲରେ ଛଟପଟ ହେଉଛି ଅସୁସ୍ଥ ହାତୀ

0

ତୁମୁଡିବନ୍ଧ: କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ରେଞ୍ଜର ଲଙ୍କାଗଡ଼ ନିକଟସ୍ଥ ବାରେଙ୍ଗିଲିର କେନ୍ଦୁପଡା ଜଙ୍ଗଲରେ ଏକ ଅସୁସ୍ଥ ହାତୀ ଛଟପଟ ହୋଇ ପଡିରହିଛି। ଗ୍ରାମବାସୀଙ୍କଠାରୁ ଖବର ପାଇ ବନ ବିଭାଗ ସେଠାରେ ପହଞ୍ଚିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ଲଙ୍କାଗଡର ବାରେଙ୍ଗିଲି ନିକଟ କେନ୍ଦୁପଡା ଜଙ୍ଗଲରେ ଗୋଟେ ହାତୀ ଛଟପଟ ହେଉଛି ଓ କିଛି ହାତୀ ତାକୁ ଜଗି ରହିଛନ୍ତି । ଏହାକୁ ନେଇ ନିକଟସ୍ଥ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ବାଲିଗୁଡା ଡ଼ିଏଫଓ ବିଶ୍ୱନାଥ ନିଳାମ୍ବରଙ୍କୁ ପଚାରିବରୁ ଏ ସମ୍ପର୍କରେ ତାଙ୍କ ପାଖରେ ଖବର ନଥିବା କହିଥିଲେ। ତେବେ ଗୁରୁବାର ବେଲଘର ରେଞ୍ଜର କିଛି କର୍ମଚାରୀ ଘଟଣାସ୍ଥଳକୁ ଯାଇଥିବା ଜଣାପଡିଛି।

Leave A Reply