ହାତୀର ମୃତଦେହ ଠାବ

0

ଆଠଗଡ଼ : କଟକ ଜିଲା ଆଠଗଡ଼ ବନଖଣ୍ଡ ସୁକାସନ ରିଜର୍ଭ ଜଙ୍ଗଲ ଅନ୍ତର୍ଗତ ରାଜନଗର ସବର ତଇଲା ନିକଟରେ ଏକ ହାତୀର ମୃତଦେହ ଠାବ କରାଯାଇଛି। ମୃତ ହାତୀର ବୟସ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୁହଁରୁ ପ୍ରବଳ ରକ୍ତସ୍ରାବ ହୋଇଛି। ତେବେ ହାତୀଟିର ମୃତ୍ୟୁ କାରଣ ସ୍ପଷ୍ଟ ହୋଇନାହିଁ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତ୍ୟୁର ତଦନ୍ତ ଆରମ୍ଭ କରିଛନ୍ତି।

ହାତୀଟିକୁ କେହି ହତ୍ୟା କରିଛି ବୋଲି ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ତେବେ ହାତୀଟିର ଶବ ବ୍ୟବଚ୍ଛେଦ ପରେ ସମସ୍ତ ତଥ୍ୟ ଜଣାପଡିବ ବୋଲି ଡିଏଫଓ ଲେଙ୍କା କହିଛନ୍ତି।

Leave A Reply