ହାତୀ ମୃତ୍ୟୁ ରୋକିବା ପାଇଁ ଅଭିନବ ଉପାୟ; ଲାଗିବ ମହୁମାଛି ଶବ୍ଦ ମେସିନ

0

ଭୁବନେଶ୍ୱର: ରାଜ୍ୟରେ ହାତୀ ମୃତ୍ୟୁହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ରେଳ ଦୁର୍ଘଟଣାରେ ଯୋଗୁଁ ଅଧିକ ସଂଖ୍ୟକ ହାତୀ ମୃତ୍ୟୁ ଘଟିଥିବା ରିପୋର୍ଟରୁ ଜଣାପଡିଛି । ତେବେ ହାତୀ ମୃତ୍ୟୁ ରୋକିବା ପାଇଁ ରେଳ, ବିଦ୍ୟୁତ ଓ ବନ ବିଭାଗ ପକ୍ଷରୁ ଏକ ଅଭିନବ ଉପାୟ ଗ୍ରହଣ କରାଯାଇଛି । ରେଳ ଧାରଣା କଡରେ ମହୁମାଛିର ଗୁଣୁଗୁଣୁ ଶବ୍ଦ ବାହାରୁଥିବା ଏକ ମେସିନ ଲାଗାଯିବ । ଏହି ଶବ୍ଦ ଶୁଣିଲା ପରେ ହାତୀମାନେ ରେଳ ଧାରଣା ନିକଟକୁ ଆସିବେ ନାହିଁ । ଏହା ଦ୍ବାରା ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ପିସିଏଫ୍ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଅଞ୍ଚଳରେ ଏହି ମେସିନ ଲଗାଯିବ ପରେ ହାତୀ ଚଳପ୍ରଚଳ କରୁଥିବା ଅନ୍ୟ ସ୍ଥାନରେ ଲଗାଯିବ ।

Leave A Reply