ଟ୍ରେନ୍ ଧକ୍କାରେ ୪ ହାତୀ ମୃତ

0

ଝାରସୁଗୁଡ଼ା: ରେଳ ଧାରଣା ପାର ହେଉଥିବା ବେଳେ ଟ୍ରେନ୍ ଦୁର୍ଘଟଣାରେ ୪ଟି ହାତୀଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଗୋଟିଏ ଦନ୍ତା, ଦୁଇଟି ମାଈ ହାତୀ ଓ ଗୋଟିଏ ହାତୀ ଶାବକ ଥିଲେ। ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା। ହାତୀମାନେ ରେଳ ଲାଇନ ପାର ହେଉଥିବା ବେଳେ ହାୱଡାରୁ ମୁମ୍ବଇ ଯାଉଥିବା ଗୁଡ୍ସ ଟ୍ରେନ୍ ସେମାନଙ୍କୁ ଧକ୍କା ଦେଇଥିଲା। ଜେସିବି ଦ୍ବାରା ମୃତ ହାତୀମାନଙ୍କୁ ରେଳ ଧାରଣାରୁ ଉଦ୍ଧାର କରାଯାଉଛି ।

Leave A Reply