ହାତୀଙ୍କ ଦ୍ୱାରା ବ୍ୟାପକ କ୍ଷୟକ୍ଷତି

0

ନୀଳଗିରି : ଶୁକ୍ରବାର ନୀଳଗିରିରେ ହାତୀ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ଝାଡ଼ଖଣ୍ଡ ଦଲମା ଅଭୟାରଣ୍ୟର ୩୨ରୁ ଉଦ୍ଧ୍ୱର୍ ହାତୀ ନୀଳଗିରିରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ଏହି କାରଣରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଗୁରୁବାର ରାତିରେ ତେରେଲହଡ଼ି ଗାଁରେ ଶତାଧିକ ପୁରୁଷ ଓ ମହିଳା ହାତରେ ଠେଙ୍ଗା ବାଡ଼ି ଧରି ୨୦ ଜଣ ବନ ବିଭାଗ କର୍ମଚାରୀଙ୍କୁ ବିଳମ୍ବିତ ରାତିଯାଏଁ ଅଟକ ରଖିଥିଲେ। ପୁଲିସ୍‍ ଓ ପ୍ରଶାସନିକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇ ଥିଲେ। ସୂଚନା ଅନୁଯାୟୀ, ସନ୍ଧ୍ୟା ହେବା ମାତ୍ରେ ହାତୀମାନେ ପାଖ ଗାଁ ଓ ଧାନକ୍ଷେତରେ ପଶି ଉପଦ୍ରବ ଘଟାଉଛନ୍ତି। ଓ଼ଡ଼ିଆ ସୀମାରେ ଆହୁରି ୪୦ ହାତୀ ନୀଳଗିରି ମୁହାଁ ହୋଇଥିବା ସୂଚନା ମିଳିଛି। ହାତୀଙ୍କ ଭୟରେ ଲୋକେ ମଞ୍ଚାରେ ଓ ପୋଲ ତଳେ ଆଶ୍ରୟ ନେଉଥିବା ସୂଚନା ମିଳିଛି।

Leave A Reply