ହାତୀ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0

ଢେଙ୍କାନାଳ : କମଳାଙ୍ଗ ଗାଁ ନିକଟରେ ୧୧ କେଭି ବିଦ୍ୟୁତ୍‍ ତାର ସଂସ୍ପର୍ଶରେ ଆସି ୭ଟି ହାତୀ ମୃତ୍ୟୁବରଣ କରିବା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ଏହି ଘଟଣାରେ ୩ ଜଣ ବନ ବିଭାଗ କର୍ମଚାରୀ ଓ ଅନ୍ୟ ୩ ଜଣ ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply