ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଟିଟିଲାଗଡ ଥାନା ଅନ୍ତର୍ଗତ କୁଶକେଲା ଗ୍ରାମର ଜଣେ ବ୍ୟକ୍ତି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣାର ଖବର ପାଇ ଟିଟିଲାଗଡ ପୁଲିସ ପହଞ୍ଚି ମୃତଦେହ ଜବତ କରିଛି।

ସୂଚନା ଅନୁସାରେ, କୁଶକେଲା ଗ୍ରାମର ଚିରଂଜି ସୁନା(୫୨) ଉନ୍ଦେର ନଦୀରେ ନିର୍ମାଣ କାର୍ଯ୍ୟ ନେଇ ରାତ୍ର ଜଗୁଆଳି କାମ କରୁଥିଲେ। ଚିରଂଜି ସକାଳୁ ଏକ ଲୁହା ଛଡ ସାହାଯ୍ୟରେ ଗଛରୁ ଦାନ୍ତ କାଠି ଭାଙ୍ଗୁଥିବା ବେଳେ ତଳକୁ ଝୁଲିରହିଥିବା ୧୧କେଭି ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାର ଖବର ପାଇ କୁଶକେଲା ସରପଞ୍ଚ ହରିନାରାୟଣ ମିଶ୍ର, ବିଜେଡ଼ି ନେତା ନରେଶ ଅଗ୍ରୱାଲ ପ୍ରମୁଖ ପହଞ୍ଚି ବିଦ୍ୟୁତ ବିଭାଗର ଅବହେଳା ଯୋଗୁ ଜଣେ ନୀରିହ ଶ୍ରମିକର ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି। ଗ୍ରାମାଞ୍ଚଳରେ ବିଦ୍ୟୁତ ବିଭାଗ ଦ୍ୱାରା ଟଣାଯାଇଥିବା ତାର ଗୁଡ଼ିକ ତଳକୁ ଝୁଲି ପଡିଥିବା ନେଇ ଅଭିଯୋଗ କଲେ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ପରିବାରକୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି।

Comments are closed.