ସ୍କୁଲର ମାସକର ବିଦ୍ୟୁତ୍ ବିଲ୍‌ ୬ ଶହ କୋଟି

0

ବାରାଣସି: ମାସକର ବିଜୁଳୀ ବିଲ ୬,୧୮,୫୧୫୦,୧୬୩ (ଛଅ ଅରବ ଅଠର କୋଟି ଏକାବନ ଲକ୍ଷ ପଚାସ ହଜାର ଏକ ଶହ ତେଷଠି) ଟଙ୍କା । ଏହା ଶୁଣିଲା ପରେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି ଅବା ଏହାକୁ ମିଛ ବୋଲି ଭାବି ପାରନ୍ତି, ହେଲେ ଏହା ସତ । ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ବିଦ୍ୟାଳୟକୁ ଏହି ବଡ ଅଙ୍କର ବିଲ୍‌ ପଠାଯାଇଛି । ସେପ୍ଟେମ୍ବର ୭ ସୁଦ୍ଧା ଏହି ବିଲ୍‌ ପୈଠ କରାନଗଲେ ବିଦ୍ୟୁତ୍‌ ସଂଯୋଗ କାଟି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ବିଲ୍‌ ନେଇ ବିଦ୍ୟୁତ୍ କାର୍ଯ୍ୟାଳୟରେ ଚକ୍କର କାଟିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିନାହିଁ ।

ସୂଚନାଯୋଗ୍ୟ, ବାରାଣସିର ବିନାୟକା ସହରରେ ଥିବା ଓ-ଗ୍ରେଭ ପବ୍ଲିକ ସ୍କୁଲରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏକ ବିଲ୍‌ ପଠାଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ଏହି ବିଲ ଦେଖିଲା ପରେ ତାଙ୍କର ହୋସ୍ ଉଡିଯାଇଥିଲା । ସ୍କୁଲ କର୍ତ୍ତୃପକ୍ଷ ସଙ୍ଗେସଙ୍ଗେ ସେହି ବିଲ୍‌କୁ ନେଇ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନେଇ ବିଦ୍ୟୁତ୍ ବିଭାଗରେ କେହି କିଛି କହିବାକୁ ପ୍ରସ୍ତୁତ ନଥିବା ବେଳେ ଜଣେ ଉପରିସ୍ଥ ଅଧିକାରୀଙ୍କ କାନରେ ଏହି କଥା ପଡିଥିଲା । ସେ ବିଲ୍‌ ଦେଖିବା ପରେ ସପ୍ଟୱେୟର ଦ୍ବାରା ଏହି ସମସ୍ୟା ହୋଇଛି ବୋଲି କହିଛନ୍ତି । ଏହି ବିଲ୍‌ର ସଂଶୋଧନ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ବିଦ୍ୟୁତ୍ ବିଭାଗ କାଯ୍ୟାଳୟରେ ଏବେ ଚକ୍କର ଲଗାଇବାକୁ ପଡୁଛି ।

ଅଧୀକ୍ଷଣ ଯନ୍ତ୍ରୀ ବିଜୟ ପାଲ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ମାମଲା ବିଷୟରେ କୌଣସି ସୂଚନା ମିଳିନାହିଁ ଏବଂ କେହି ଏନେଇ ଅଭିଯୋଗ କରିନାହାନ୍ତି । ଯଦି କାର୍ଯ୍ୟାଳୟ ତରଫର ଏଭଳି ବିଲ୍‌ ପଠାଯାଇଛି ତେବେ ଏହାର ଯାଞ୍ଚ କରାଯିବ ।

Leave A Reply