ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

0

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ମାନଗୋବିନ୍ଦପୁର ପଞ୍ଚାୟତ ମିରିଗିଦାରୀ ଗ୍ରାମରେ ବିଦ୍ୟୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ହେଉଛି ଦୁଃଶାସନ (୩୦)। ଗୁରୁବାର ଦିନ ତାଙ୍କ ଘରେ କରମ ପୂଜା ହେଉଥିବା ବେଳେ ଏହି ଅଘଟଣ ଘଟିଛି।
ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୯.୩୦ମିନିଟରେ ପୂଜାରେ ସମସ୍ତେ ବ୍ୟସ୍ତ ଥିଲେ। ଏହି ସମୟରେ ଦୁଃଶାସନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚେତାଶୂନ୍ୟ ହୋଇ ପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ମାଣତ୍ରୀ ଡାକ୍ତରଖାନାକୁ ନିଆଯାଇଥିଲା । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବୈଶିଙ୍ଗା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

Leave A Reply