ଲୋକସଭା: ଏନଡିଏ ୩୩୬, ୟୁପିଏ ୯୯ ଓ ଅନ୍ୟାନ୍ୟ ୧୦୭ ଆସନରେ ଆଗୁଆ

ନୂଆଦିଲ୍ଲୀ: ଦେଶରେ ମତଦାନ ହୋଇଥିବା ୫୪୨ ଲୋକ ସଭା ଆସନ ମଧ୍ୟରୁ ଗୁରୁବାର ସକାଳ ୧୧ଟା ସୁଦ୍ଧା ସମସ୍ତ ଆସନରେ ଭୋଟ ଗଣତି ଜାରି ରହିଛି। ୫୪୨ ଆସନରୁ ବିଜେପି ନେତୃତ୍ଵାଧୀନ ଏନଡିଏ ୩୩୬ ଆସନରେ ଆଗରେ ରହିଥିବାବେଳେ କଂଗ୍ରେସ ୯୯ ଏବଂ ଅନ୍ୟାନ୍ୟ ଦଳ ୧୦୭ ଆସନରେ ଆଗୁଆ ରହିଛନ୍ତି।

ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡି ୧୨ ଏବଂ ବିଜେପି ୭ ଆସନରେ ଆଗରେ ରହିଛି। ସେହିପରି ଉତ୍ତରପ୍ରଦେଶରେ ଏନଡିଏ ୫୪ ଏବଂ ମହାମେଣ୍ଟ ୨୪ ଆସନରେ ଆଗରେ ରହିଛି। ଉତ୍ତରାଖଣ୍ଡରେ ବିଜେପି ୫, ପଞ୍ଜାବରେ ଏନଡିଏ ୨ ଓ କଂଗ୍ରେସ ୧୦, ମଧ୍ୟପ୍ରଦେଶରେ ଏନଡିଏ ୨୮ ଓ କଂଗ୍ରେସ ୧, ବିହାରରେ ଏନଡିଏ ୨୭ ଓ କଂଗ୍ରେସ ୩ ଆସନରେ ଆଗୁଆ ରହିଛି।

Comments are closed.