ମହାରାଷ୍ଟ୍ର, ହରିୟାଣା ନିର୍ବାଚନ ତାରିଖ ଘୋଷଣା ଆଜି

0

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ଶନିବାର ତାରିଖ ଘୋଷଣା କରାଯିବ। ମଧ୍ୟାହ୍ନ ୧୨ଟାରେ ନିର୍ବାଚନ ଆୟୋଗ ସାମ୍ବାଦିକ ସମ୍ମିଳନୀ କରି ଏ ସମ୍ପର୍କରେ ଘୋଷଣା କରିବେ। ଦୁଇ ରାଜ୍ୟରେ ଆସନ୍ତା ଅକ୍ଟୋବରରେ ନିର୍ବାଚନ ହେବା ନେଇ ସମ୍ଭାବନା ରହିଛି। ତେବେ ଶନିବାର ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ କାର୍ଯ୍ୟସୂଚୀ ଜାରି ହେବ ଏବଂ ତାରିଖ ଘୋଷଣା ହେବା ମାତ୍ରେ ଆଜିଠାରୁ ଉଭୟ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ଫଳରେ ରାଜ୍ୟ ସରକାର କୌଣସି ନୂଆ ଯୋଜନା ଘୋଷଣା କରିପାରିବେ ନାହିଁ କିମ୍ବା ଲାଗୁ କରିପାରିବେ ନାହିଁ।

Leave A Reply