ଡିସେମ୍ବରରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ !

ଲଣ୍ଡନ : ବ୍ରିଟେନ୍‌ରେ ଆସନ୍ତା ଡିସେମ୍ବରରେ ଆଗୁଆ ସାଧାରଣ ନିର୍ବାଚନ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ବ୍ରେକ୍ସିଟ୍‌ ପାଇଁ ଆକସ୍ମିକ ମତଦାନ କରାଇବାକୁ ଚାହୁଁଥିବାବେଳେ ବିରୋଧୀ ଲେବର ପାର୍ଟି ନେତା ଜେରେମି କର୍ବିନ୍‌ ଏହାକୁ ସମର୍ଥନ ଦେବେ ବୋଲି କହିଛନ୍ତି। ୟୁରୋପୀୟ ସଙ୍ଘ ବ୍ରିଟେନ୍‌ ପାଇଁ ବ୍ରେକ୍ସିଟ୍‌ ଅବଧି ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଥିବାବେଳେ ଜନସନ ଏହାକୁ ସ୍ବୀକାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଡିସେମ୍ବରରେ ଦେଶରେ ସାଧାରଣ ନିର୍ବାଚନ କରାଇବାକୁ ମସୁଧା ଚାଲିଛି।

Comments are closed.