ଆଚରଣ ବିଧି ଉଲ୍ଲଙ୍ଘନ ଉପରେ ନଜର ରଖିବେ ୧୨ଟି ସ୍କ୍ୱାର୍ଡ

0

କଟକ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଟକ ସହରାଞ୍ଚଳ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସତ୍ୟଜିତ୍‌ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅପରାଧୀ ଧରପଗଡ, ଚୋରା ଅବକାରୀ ଦ୍ରବ୍ୟ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ବ ଦିଆଯାଇଥିଲା। ସମସ୍ତ ଥାନା ଅଞ୍ଚଳରେ କେତେ ନିଶା ବ୍ୟବସାୟୀ ଓ ପେସାଦାର ଅପରାଧୀ ଅଛନ୍ତି, କେଉଁମାନଙ୍କ ଉପରେ ସିଆରପିସି ୧୧୦ ଲଗାଯାଇ ପାରିବ ଏଥିସହ ୱରେଣ୍ଟ ଡ୍ରାଇଭ୍‌, ବନ୍ଧୁକ ଲାଇସେନ୍ସ ରଦ୍ଧ କରାଯିବା, ଚେରା ମଦ ଓ ବ୍ରାଉନ୍‌ସୁଗାର ବେପାରୀଙ୍କୁ ବାନ୍ଧିବା ଲାଗି ସମସ୍ତ ଥାନାକୁ ଟାର୍ଗେଟ ଦିଆଯାଇଛି। ରାତିରେ ବ୍ଲକିଂ କରାଯିବା ସହ ଅସ୍ତ୍ର ସସ୍ତ୍ର ରଖୁଥିବା ବ୍ୟକ୍ତିଙ୍କୁ କାବୁ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଫିସରମାନଙ୍କ ସହାୟତା କରାଯିବା ଉପରେ ଗୁରୁତ୍ବ ଦିଆଯାଇଛି। ୧୨ଟି ସ୍ବତନ୍ତ୍ର ସ୍କ୍ବାର୍ଡ ସେମାନଙ୍କୁ କାର୍ଯ୍ୟରେ ସହଯୋଗ କରିବା ସହ ନିର୍ବାଚନ କମିସନରଙ୍କ ଦ୍ବାରା ଲାଗୁ କରାଯାଇଥିବା ଆଚରଣବିଧି ଉଲ୍ଲଘଂନ ଉପରେ ନଜର ରଖିବେ ବୋଲି ଡିସିପି ଅଖିଳେଶ୍ବର ସିଂହ ସୂଚନା ଦେଇଛନ୍ତି। ଏହି ବୈଠକରେ ସମସ୍ତ ଜୋନ୍‌ର ଏସିପି ଓ ଥାନା ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply