ପରିବହନ ସମନ୍ୱୟ ସମିତିର କର୍ମକର୍ତ୍ତା ନିର୍ବାଚନ

0

ବାଲେଶ୍ୱର : ବାଲେଶ୍ୱର ପରିବହନ ସମନ୍ୱୟ ସମିତିର କର୍ମକର୍ତ୍ତା ନିର୍ବାଚନ ପାଇଁ ରବିବାର ମତଦାନ ଜାରି ରହିଛି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିିୟା ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା । ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହେବ ଏବଂ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ୨୦ ଜଣ ଅଫିସରଙ୍କ ସମେତ ୫ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି । ଜାତୀୟ ରାଜପଥ ସମେତ ୬ଟି ସ୍ଥାନରେ ପୁଲିସ ସଜାଗ ରହିଛନ୍ତି ।

Leave A Reply