ଏକତା କାପୁରଙ୍କ ନୂଆମନ୍ତ୍ର ‘ପେଟ୍ରୋଲ ପୋଡ଼ିବା ବଦଳରେ ଚଳଚ୍ଚିତ୍ର’

0

ମୁମ୍ବଇ: ପେଟ୍ରୋଲ ଦର ବଢିବାନେଇ ସମଗ୍ର ଦେଶବାସୀ ଚିନ୍ତାରେ ରହିଛନ୍ତି। ଏହି ସମୟରେ ନିର୍ଦ୍ଦେଶିକା ଏକତା କାପୁର ଯୁବପିଢିଙ୍କୁ ପେଟ୍ରୋଲ ଦର ବୃଦ୍ଦି ସମୟରେ କିପରି ନିଜ ଅର୍ଥର ସଠିକ ଉପଯୋଗ କରିବେ ସେନେଇ ନୂତନ ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି ଦୂରଯାତ୍ରାର ମଜା ପାଇଁ ଯୁବପିଢି ପଟ୍ରୋଲ ପଛରେ ପଇସା ଖର୍ଚ୍ଚ କରିବା ପରିବର୍ତ୍ତେ ପ୍ରକ୍ଷାଳୟ ଯାଇ ଚଳଚ୍ଚିତ୍ର ଦେଖିଲେ ସେହି ମଜା ପାଇପାରିବେ। ତାଙ୍କ କହିବା ଅନୁସାରେ ପୁଅମାନେ ନିଜ ବାନ୍ଧବୀଙ୍କୁ ଦୀର୍ଘ ଯାତ୍ରାରେ ନେବାକୁ ପସନ୍ଦ କରନ୍ତି। ପେଟ୍ରୋଲ ଦର ବଢିଲେ ବି ସେମାନେ ଏହାକୁ ଖାତିର ନକରି ଅର୍ଥ ଖର୍ଚ୍ଚ କରିଥାନ୍ତି। ତେବେ ଅର୍ଥର ସଦୁପଯୋଗ କରିବା ସହ ସେହି ମଜା ପାଇବାକୁ ହେଲେ ଅନ୍ୟ ବିକଳ୍ପ ପନ୍ଥା ଅଛି ବୋଲି ସେ ନିଜ ମନ୍ତ୍ରରେ କହିଛନ୍ତି। ଏ କ୍ରମରେ ସେ ଚଳଚ୍ଚିତ୍ର ଦେଖି ସମୟ କାଟିବାକୁ ଯୁବପିଢିଙ୍କୁ ପରାମର୍ଶ ଦେଇଛନ୍ତି।

Leave A Reply