ୟୁଟ୍ୟୁୁବ ବଦଳାଇଲା ଭାଗ୍ୟ: ଅଣ୍ଡା ବିକାଳି ହେଲେ ଗାୟକ

0

ନୂଆଦିଲ୍ଲୀ : ପ୍ରଯୁକ୍ତିବିଦ୍ୟା ଯୁଗରେ ଇଣ୍ଟରନେଟ ବହୁ ଲୋକଙ୍କ ଭାଗ୍ୟ ପରିବର୍ତ୍ତନ କରୁଥିବାବେଳେ ଅନ୍ୟ କେତେଜଣ ଏହାର ନକାରାତ୍ମକ ପ୍ରଭାବରେ ଭବିଷ୍ୟତ ନଷ୍ଟ କରି ବସୁଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମ ୟୁଟ୍ୟୁବ ଉତ୍ତରପ୍ରଦେଶର କୁଶାଲଙ୍କ ଭାଗ୍ୟ ପରିବର୍ତ୍ତନ କରିଛି। କୁଶାଲ ଉତ୍ତରପ୍ରଦେଶର ଏକ ଛୋଟ ଗାଁରେ ଅଣ୍ଡା ବିକ୍ରି କରୁଥିଲେ। ଏଥିସହ କୁଶାଲ ଛୋଟବେଳୁ ଗୀତ ବୋଲିବାକୁ ଭଲପାଆନ୍ତି। ନିଜର ବ୍ୟସ୍ତତାକୁ ଦୂର କରିବା ପାଇଁ କୁଶାଲ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଗୀତ ବୋଲିଥାନ୍ତି। ଦିନେ କୁଶାଲଙ୍କ ସାନଭାଇ ନିଶାନ ତାଙ୍କ ଭାଇଙ୍କ ଗୀତକୁ ରେକର୍ଡିଂ କରି ସେୟାର କରିଥିଲେ। ଏହାପରେ କୁଶାଲଙ୍କ ପ୍ରଶଂସକ ବଢିବାକୁ ଲାଗିଲେ। ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ କିଛି ପ୍ରଶଂସକଙ୍କ କହିବା ଅନୁଯାୟୀ କୁଶାଲଙ୍କ ସ୍ୱର ରଫିଙ୍କ ସ୍ୱର ସହିତ ମେଳ ଖାଉଛି। ଏକ ସାକ୍ଷାତକାରରେ କୁଶାଲ କହିଥିଲେ, ମୁଁ ଏକ ହୋଟେଲରେ ବାସନ ମାଜି ଦିନକୁ ୨୦ ଟଙ୍କା ରୋଜଗାର କରୁଥିଲି। କିନ୍ତୁ ଆଜି ୟୁଟ୍ୟୁବ ମୋର ଭାଗ୍ୟ ପରିବର୍ତ୍ତନ କରିଛି। ୟୁଟ୍ୟୁବରେ ନିଶାଦ ମ୍ୟୁଜିକ ଭୋଜପୁରି ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ରହିଛି।

Leave A Reply