ଏଗ୍‌ ବଟର ମସଲା

ଆବଶ୍ୟକ ସାମଗ୍ରୀ :

ଅଣ୍ଡା – ୪ଟି

ବଟର – ୧୦୦ଗ୍ରାମ୍‌

ଅଦା ରସୁଣ ପେଷ୍ଟ – ୨ଚାମଚ

ପିଆଜ (କଟା) – ୧ଟି

ଟମାଟୋ (କଟା) – ୧ଟି

କାଜୁ – ୮ରୁ ୧୦ଟି

ଲଙ୍କା ଗୁଣ୍ଡ – ୧ଚାମଚ

ଗରମ ମସଲା – ୧ଚାମଚ

କ୍ରୀମ୍‌ – ୨ଚାମଚ

ଲୁଣ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତ ପ୍ରଣାଳୀ :

ପ୍ରଥମେ ଏକ କଡେଇ ବସାଇ ସେଥିରେ ପାଣି ଦେଇ ଅଣ୍ଡାକୁ ସିଝାନ୍ତୁ। ଅଣ୍ଡା ସିଝିଗଲା ପରେ ଚୋପା ଛଡାଇ ତାକୁ ଭାଜି ଦିଅନ୍ତୁ। ଅଣ୍ଡା ଭାଜି ହେବା ପରେ ତାହାକୁ ଏକ ପାତ୍ରକୁ କାଢି ରଖି ଦିଅନ୍ତୁ। ଏହାପରେ କଡେଇରେ ବଟର ପକାଇ ଗରମ କରନ୍ତୁ। ବଟର ଗରମ ହେବା ପରେ ସେଥିରେ ଅଦା-ରସୁଣ ପେଷ୍ଟ ପକାଇ ଭାଜନ୍ତୁ। ତାପରେ ପିଆଜ ପକାଇ ଭାଜନ୍ତୁ। ଏହାପରେ ଟମାଟୋ, କାଜୁ ପକାଇ ଭଲ ଭାବେ କଷନ୍ତୁ। ମସଲା ଭଲ ଭାବେ କଷି ହେଲା ପରେ ତାକୁ ଥଣ୍ଡା ହେବା ପାଇଁ କାଢି ଦିଅନ୍ତୁ। ମସଲା କଷି ହେବା ପରେ ତାହାକୁ ପେଷି ଦିଅନ୍ତୁ। ପୁଣି କଡେଇରେ ବଟର ପକାଇ ଗରମ କରନ୍ତୁ। ତାପରେ ପେଷି ଥିବା ମସଲାକୁ ପକାଇ କିଛି ସମୟ କଷନ୍ତୁ। ସେଥିରେ ଲଙ୍କା ଗୁଣ୍ଡ, ଗରମ ମସଲା ଗୁଣ୍ଡ ଓ ଲୁଣ ପକାନ୍ତୁ। ତାପରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ମଝିରେ ମଝିରେ ଘାଣ୍ଟନ୍ତୁ। ଏଥି​‌ରେ ଦୁଇ ଚାମଚ କ୍ରୀମ୍‌ ମଧ୍ୟ ପକାନ୍ତୁ। ତାପରେ ମସଲାରେ ଭାଜି ଥିବା ଅଣ୍ଡାକୁ ପକାଇ ୫ମିନିଟ ଫୁଟାନ୍ତୁ। ତାପରେ ଗ୍ୟାସ ବନ୍ଦ କରି ତାହାକୁ କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଏଗ୍‌ ବଟର ମସଲା।

ଏହାକୁ ଗରମାଗରମ ନାନ୍ ଓ ରୁଟି ସହ ଖାଆନ୍ତୁ।

Comments are closed.