ଅଣ୍ଡା: ଖାଇବା ପୂର୍ବରୁ ପରଖନ୍ତୁ

0

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ(ଏଫଏସଏସଏଆଇ) ଦ୍ୱାରା କୃତ୍ରିମ କିମ୍ବା ପ୍ଲାଷ୍ଟିକ ଅଣ୍ଡାକୁ ଜାଣିବା ନିମନ୍ତେ ସାଧାରଣ ଜନତାଙ୍କ ମନରେ ଉଠୁଥିବା ପ୍ରଶ୍ନର ସମାଧାନ ପାଇଁ କିଛି ଉପଦେଶ ଦିଆଯାଇଛି। ଏହାଦ୍ୱାରା ଗ୍ରାହକ ମାନେ ସହଜରେ ଅସଲି ଓ ନକଲି ଅଣ୍ଡାର ଫରକ ଜାଣି ପାରିବେ।  ଗ୍ରାହକ ମାନଙ୍କ ନିମନ୍ତେ ଏହି କୃତ୍ରିମ ଅଣ୍ଡାକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଏଫଏସଏସଏଆଇ ପକ୍ଷରୁ କିଛି ତଥ୍ୟ ଉପରେ ଗୁରୁତ୍ୱ ଆରୋପ କରାଯାଇଛି।
ଏଫଏସଏସଏଆଇ ଜଣାଇଛି ଯେ ପ୍ଲାଷ୍ଟିକରୁ ଅଣ୍ଡା ସୃଷ୍ଟି ସଂପୂର୍ଣ୍ଣ ନିରାଧାର ଅଟେ। ପ୍ଲାଷ୍ଟିକରୁ ଅଣ୍ଡା ପ୍ରସ୍ତୁତ କରିବା ଅସମ୍ଭବ। ଏହା ନିମନ୍ତେ କୌଣସି ମେସିନ ମଧ୍ୟ ନାହିଁ।
ଏଫଏସଏସଏଆଇ ଅନୁଯାୟୀ ଗୋଟିଏ ଅଣ୍ଡାର ହାରାହାରି ମୂଲ୍ୟ ୫ଟଙ୍କା। ମାତ୍ର ଏହାକୁ ଯେଉଁ କୌଶଳରେ କୃତ୍ରିମ କରାଯାଇପାରିବ ସେପରି ପ୍ରସ୍ତୁତ କଲେ ଅଣ୍ଡା ପିଛା ଦର ୪ରୁ ୫ହଜାର ଟଙ୍କା ହେବ। ତେଣୁ ଏହା ଅସମ୍ଭବ ଅଟେ।
ସେହିପରି ଅଣ୍ଡାର ସଂରକ୍ଷଣ ସମ୍ପର୍କରେ ମଧ୍ୟ କେତେକ ଉପଦେଶ ଦିଆଯାଇଛି।  ଫ୍ରିଜରେ ରଖିବା ଆବଶ୍ୟକ ନଚେତ ଏହାକୁ ଯଦି ସାଧାରଣ ତାପମାତ୍ରରେ ବାହାରେ ରଖିବେ ଏହା ପ୍ଲାଷ୍ଟିକ ଭଳି ହୋଇଯିବ।
ଯଦି ଅଣ୍ଡାରୁ କୌଣସି ପ୍ରକାରର ଗନ୍ଧ ବାହାରୁ ଥିବ ଏହାକୁ କେବେ ମଧ୍ୟ କିଣନ୍ତୁ ନାହିିଁ।
ସର୍ବଦା ଭଲ ଓ ଭରସା ରହିଥିବା ଦୋକାନୀଙ୍କ ଠାରୁ ହିଁ ଅଣ୍ଡା କିଣିବା ଆବଶ୍ୟକ ଅଟେ।
ସତେଜ ଅଣ୍ଡାକୁ ଜାଣିବାର ସହଜ ଉପାୟ ହେଉଛି ଏକ ପାତ୍ରରେ ପାଣି ନେଇ ଅଣ୍ଡାକୁ ସେଥିରେ ରଖନ୍ତୁ, ସତେଜ ଅଣ୍ଡା ପାଣିର ତଳ ଭାଗକୁ ଯାଇ ଶୋଇବା ଭଳି ରହିବ। ୬ରୁ ୭ ଦିନ ହୋଇଥିବା ଅଣ୍ଡା ଟିକେ ସମୟରେ ପାଣି ଭିତରକୁ ଯିବ ଓ ଠିଆ ହୋଇ ରହିବ। ମାତ୍ର ଖରାପ ହୋଇଯାଇଥିବା ଅଣ୍ଡା ପାଣିରେ ଭାସିବ।
ଅଣ୍ଡାକୁ ଅଧିକ ଦିନ ରଖନ୍ତୁ ନାହିଁ।

Leave A Reply