ଅଣ୍ଡା ପୁର

0

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
କଟା ପିଆଜ – ୨ଟି
କଟା କ୍ୟାପସିକମ – ୧ଟି
କଟା ରସୁଣ – ୧ଟି
ଅଦା ରସୁଣ ବଟା -୫ ଚାମଚ
ମଟର ଛୁଇଁ – ୫ରୁ ୬ଟି
ଲୁଣ – ଆବଶ୍ୟକ ଅନୁଯାୟୀ
ହଳଦୀ ଗୁଣ୍ଡ
ଲଙ୍କା ଗୁଣ୍ଡ
କଟା ଧନିଆ ପତ୍ର
ତେଲ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସ ଲଗାଇ ପାଣି ଗରମ କରି ସେଥିରେ ଅଣ୍ଡା ସିଝାନ୍ତୁ। ଏହା ସିଝିବା ପରେ ଏକ ପାତ୍ରକୁ କାଢି ସେଥିରୁ ଚୋପା ଛଡ଼ାଇ ଦିଅନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ସେଥିରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ସେଥିରେ କଟା ହୋଇଥିବ ପିଆଜ,ରସୁଣ, କ୍ୟାପସିକମ,ମଟର ଛୁଇଁ ପକାଇ ଭଲ ଭାବେ ଭାଜନ୍ତୁ। ଏହା ଭଲ ଭାବେ ଭାଜି ହେବା ପରେ ସେଥିରେ ଅଦା ରସୁଣ ବଟା ,ହଳଦୀ ,ଲଙ୍କା ,ଲୁଣ ପକାଇ ଭଲ ଭାବେ କଷନ୍ତୁ। ଏହା କଷି ହେବା ଏକ ପାତ୍ରରେ ଏହି ପୁରକୁ କାଢି ରଖନ୍ତୁ।ଏହା ପରେ ସିଝା ହୋଇଥିବା ଅଣ୍ଡାକୁ ଦୁଇ ଫାଳ କରି କେଶର କାଢି ଦିଅନ୍ତୁ।ପୂର୍ବ ପ୍ରସ୍ତୁତ ପୁରକୁ ଅଣ୍ଡା ମଧ୍ୟରେ ଭରନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ଅଳ୍ପ ତେଲପକାଇ ଗରମ କରି ସେଥିରେ ପ୍ରସ୍ତୁତ ଅଣ୍ଡାକୁ ଭାଜନ୍ତୁୂ। ଏହାକୁ ଏକ ପାତ୍ରକୁ କାଢି କଟା ପିଆଜ ,ଧନିଆ ପତ୍ର ଦେଇ ସଜାଇ ଗରମାଗରମ ଖାଆନ୍ତୁ।

Leave A Reply