ଟିଏମସି ସାଂସଦ କେଡି ସିଂହଙ୍କ ସରକାରୀ ଆବାସ ଉପରେ ଇଡ଼ି ଚଢଉ, ୩୨ ଲକ୍ଷ ନଗଦ ଟଙ୍କା ଓ ୧୦ ହଜାର ଡଲାର ଜବତ

0

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡ଼ି) ଶୁକ୍ରବାର ତୃଣମୂଳ କଂଗ୍ରେସର ରାଜ୍ୟସଭା ସାଂସଦ କେଡି ସିଂହଙ୍କ ନୂଆଦିଲ୍ଲୀସ୍ଥିତ ଆବାସ ସମେତ ଅନ୍ୟ କେତେକ ଠିକଣା ଉପରେ ଚଢଉ କରିଛି। ସେଠାରୁ ଇଡିର ଅଧିକାରୀ ୩୨ ଲକ୍ଷ ନଗଦ ଟଙ୍କା ଏବଂ ୧୦ ହଜାର ଆମେରିକୀୟ ଡଲାର ଜବତ କରିଛି।

ଇଡି ପକ୍ଷରୁ କୁହାଯାଇଛି ଯେ ସାଂସଦ ଏବଂ ଅନ୍ୟ କେତେକଙ୍କ ବିରୋଧରେ ବେଆଇ ଅର୍ଥ କାରବାର ନେଇ ମାମଲା ରୁଜୁ ହୋଇଛି। ଏହି ମାମଲା ସଂକ୍ରାନ୍ତରେ ସାଂସଦଙ୍କ ଆବାସ ଉପରେ ଚଢଉ କରାଯାଇଥିଲା। ଅଲକେମିଷ୍ଟ ଗ୍ରୁପର ୧୪ କମ୍ପାନୀର ପଞ୍ଜିକୃତ କାର୍ଯ୍ୟାଳୟ ସମେତ ଦିଲ୍ଲୀ ଏବଂ ଚଣ୍ଡିଗଡ଼ର ୭ ସ୍ଥାନ ଉପରେ ଗୁରୁବାର ଚଢଉ କରାଯାଇଥିଲା। ଅଲକେମିଷ୍ଟ ଗ୍ରୁପକୁ ସାଂସଦ କେଡି ସିଂହ ପରିଚାଳନା କରୁଛନ୍ତି। ତଦନ୍ତ ପ୍ରକ୍ରିୟାରେ ଗତ ବର୍ଷ ଇଡି ସାଂସଦଙ୍କୁ ସମନ ଜାରି କରିଥିଲା। ସାଂସଦଙ୍କ ଦିଲ୍ଲୀସ୍ଥିତ ସରକାରୀ ଆବାସରୁ ନେଣଦେଣ ସମ୍ପର୍କିତ କେତେକ କାଗଜପତ୍ର, ଡିଜିଟିାଲ ପ୍ରମାଣ ଏବଂ ସମ୍ପତ୍ତି କାଗଜପତ୍ର ଜବତ କରାଯାଇଛି। ଏହାବାଦ ସାଂସଦ ଚଣ୍ଡିଗଡ଼ସ୍ଥିତ ଆବାସ ଏବଂ ତାଙ୍କ କମ୍ପାନୀର ଦୁଇ ନିର୍ଦେଶକଙ୍କ ଘରେ ଏକକାଳୀନ ଚଢଉ କରାଯାଇଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ ଦିଲ୍ଲୀରେ ଥିବା ସମୟରେ ଇଡି ଏହି ପଦକ୍ଷେପ ନେଇଛି। କଲକାତା ପୁଲିସ୍‍ ଏବଂ ସେବିର ଅଭିଯୋଗ କ୍ରମେ ସାଂସଦ ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Leave A Reply