ଆଇଇଡି ବିସ୍ଫୋରଣରେ ୨ ଯବାନ ସହିଦ

0

ମାଲକାନଗିରି: ଛତିଶଗଡ଼ କାଙ୍କେର ଜିଲା ରାଓଘାଟରେ ଘଟିଥିବା ଆଇଇଡି ବିସ୍ଫୋରଣରେ ଜଣେ ବିଏସ୍‌ଏଫ ଅଧିକାରୀଙ୍କ ସମେତ ଅନ୍ୟ ଜଣେ ଯବାନ ସହିଦ ହୋଇଛନ୍ତି। ସୂଚନା ଯେ, ରାଓଘାଟ ଅଞ୍ଚଳରେ ବିଏସଏଫର ୧୩୪ ନମ୍ବରର ଏକ ବାଟାଲିୟନ ମୁତୟନ ରହିଥିଲେ। ବୁଧବାର ଜଣେ ଆସିଣ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ନେତୃତ୍ୱରେ ଏକ ଟିମ୍‌ ମାଓପ୍ରବଣ ଉକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଚଳାଇଥିଲେ। ସେହି ଅଞ୍ଚଳରେ ମାଓବାଦୀମାନେ ୫ଟି ଆଇଇଡି ବିସ୍ଫୋରକ ଖଞ୍ଜି ରଖିଥିଲେ। ଯବାନମାନେ ସେହି ବାଟେ ଯିବାବେଳେ ଗୋଟିଏ ଆଇଇଡି ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଯବାନଙ୍କ ମୃତ୍ୟୁ ଘଟିଥିଲା। ପରେ ସେଠାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି।

Leave A Reply