ଫର୍ଟିସ ହେଲ୍‌ଥ କେୟାର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂହଙ୍କୁ ଗିରଫ କଲା ଇଡି

ନୂଆଦିଲ୍ଲୀ: ଏକ ଆର୍ଥିକ ଠକେଇ ମାମଲାରେ ଫର୍ଟିସ ହେଲ୍‌ଥକେୟାରର ପୂର୍ବତନ ପ୍ରମୋଟର ମାଲବିନ୍ଦର ସିଂହ ଏବଂ ରେଲିଗେୟାର ଏଣ୍ଟରପ୍ରାଇଜେସର ପୂର୍ବତନ ସିଏମଡି ସୁନୀଲ ଗୋଧୱାନୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଗୁରୁବାର ଗିରଫ କରିଛି। ଉଭୟ ବ୍ୟବସାୟୀ ଠକେଇ ମାମଲାରେ ଗତ ଅକ୍ଟୋବରରେ ଦିଲ୍ଲୀ ପୁଲିସ ଦ୍ବାରା ଗିରଫ ହୋଇ ତିହାର ଜେଲରେ ଅଛନ୍ତି। ଇଡି ସେମାନଙ୍କୁ ତିହାର ଜେଲରେ ଗିରଫ କରିଛି। ଉଭୟଙ୍କୁ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବା ପରେ ଇଡି ପଚରାଉଚରା ପାଇଁ ନିଜ ହେପାଜତକୁ ନେବ। ସୂଚନାଯୋଗ୍ୟ, ଗତ ଅକ୍ଟୋବରରେ ଦିଲ୍ଲୀ ପୁଲିସ ମାଲବିନ୍ଦରଙ୍କ ସମେତ ତାଙ୍କ ଭାଇ ଶିବିନ୍ଦର ସିଂହଙ୍କୁ ମଧ୍ୟ ଗିରଫ କରିଥିଲା।

Comments are closed.