ଇସ୍ତଫା ଦେଲେ ଅର୍ଥନୈତିକ ମୁଖ୍ୟ ଉପଦେଷ୍ଟା

0

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ମୁଖ୍ୟ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‍ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ ଓ ପାରିବାରିକ ସମସ୍ୟା କାରଣରୁ ସେ ଇସ୍ତଫା ଦେଇ ଆମେରିକା ଫେରି ଯାଉଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଫେସ୍‍ବୁକ୍‍ରେ ଉଲ୍ଲେଖ କରିଛନ୍ତି। ୨୦୧୪, ଅକ୍ଟୋବର ୧୬ ତାରିଖରେ ସୁବ୍ରମଣ୍ୟନ୍‍ଙ୍କୁ ଅର୍ଥନୈତିକ ମୁଖ୍ୟ ଉପଦେଷ୍ଟା ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟକାଳ ଆଉ ବର୍ଷେ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। କିନ୍ତୁ କାର୍ଯ୍ୟକାଳ ଅବଧି ସମାପ୍ତ ପୂର୍ବରୁ ସେ ଆମେରିକା ଫେରି ଯାଉଛନ୍ତି। ଦେଶର ମାକ୍ରୋ ଓ ମାଇକ୍ରୋ ଅର୍ଥନୀତିର ସୁଧାର କ୍ଷେତ୍ରରେ ସୁବ୍ରମଣ୍ୟନ୍‍ ଅନେକ ଉଲ୍ଲେଖନୀୟ ପଦକ୍ଷେପ ନେଇଥିଲେ ଏବଂ ତାଙ୍କର ଅନୁପସ୍ଥିତି ଆମେ ଅନେକ ଦିନ ପର୍ଯ୍ୟନ୍ତ ଅନୁଭବ କରିବୁ ବୋଲି ଜେଟ୍‍ଲୀ କହିଛନ୍ତି।

Leave A Reply